Site icon ଆଜିକାଲି

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି : ବିଭିନ୍ନ ଦାବି ନେଇ ଗତ ୨୮ ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା ବସିଛି ଜିଲ୍ଲା ବିଜେପି। ଆଜକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି।

ମଣ୍ଡିରେ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଓ ଗାଁ ଗାଁ ମଦ କୋଠୀ ବିରୋଧରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଘୋଷଣା କରିଛି କଳାହାଣ୍ଡି ବିଜେପି। ମେଡିକାଲ ଛାଡ଼ି ସମସ୍ତ ସେବା ବନ୍ଦ୍ ରହିବ। ଭବାନୀପାଟଣା ସହରର ସମସ୍ତ ପ୍ରବେଶ ରାସ୍ତା ରୋକ କରିଛି ବିଜେପି।

Exit mobile version