Site icon ଆଜିକାଲି

ଛାତ୍ର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି : ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼ : ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସ୍ଥାନୀୟ ବିକାଶ ଫାଷ୍ଟ ଷ୍ଟେପ୍ ସ୍କୁଲର ନାବାଳକ ଛାତ୍ର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଶନିବାର ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବରଗଡ଼ ସହରରେ ବନ୍ଦ ପାଳନ କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଓ ଦୋକାନ ବଜାର ବନ୍ଦ । ଯାନବାହାନ ଚଳାଚଳରେ ବି ବ୍ୟାହତ ଘଟିଛି।

ଏହି ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବରଗଡ଼ ଜିଲା ଓକିଲ ସଂଘ ଶୁକ୍ରବାର ନିଜ ବୈଠକ ପରେ ବନ୍ଦକୁ ନିଜ ସମର୍ଥନ ନେଇ ବିଧିବଦ୍ଧ ଭାବେ ଜଣାଇବ। ବନ୍ଦ ପାଳନ ବେ‌ଳେ ସମସ୍ତ ସରକାରୀ ଓ ଘରୋଇ ଦପ୍ତର, ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ କରିବାକୁ ସ୍ଥିର ହୋଇଥିଲା।

Exit mobile version