Site icon ଆଜିକାଲି

କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ, ପଶ୍ଚିମ ଓଡିଶାରେ ପ୍ରଭାବ

ସମ୍ବଲପୁର/ବଲାଙ୍ଗୀର/ବରଗଡ଼ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସମଗ୍ର ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସମ୍ବଲପୁରରେ ବନ୍ଦକୁ ବିରୋଧ କରାଯାଇଛି। କୋଶଳ ବିପକ୍ଷବାଦୀ ତଥା ହୀରାଖଣ୍ଡ ସାମ୍ମୁଖ୍ୟର ନେତୃତ୍ବରେ ବହୁ ସଂଗଠନ ସବୁ ଖୋଲା ରଖିବାକୁ ଆହ୍ଵାନ ଦେଇଛନ୍ତି।

ସ୍ବତନ୍ତ୍ର କୋଶଳ ରାଜ୍ଯ ଗଠନ ଦାବିରେ ଆଜି ବିଭିନ୍ନ କୋଶଳବାଦୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ମହାବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଦେଖିବାକୁ ମିଳିଛି। ଲୋକେ ଦୋକାନ ବଜାର ଅଫିସ ଅଦାଲତ ସବୁ ପିକେଟିଂ କରି ବନ୍ଦ କରି ଦେଇଛନ୍ତି। ସେହିପରି ପ୍ରାୟ ସମସ୍ତ ରାଜପଥ ଅବରୋଧ ଯୋଗୁଁ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। କଳାହାଣ୍ଡିରୁ ସୁନ୍ଦରଗଡ, ଝାରସୁଗୁଡ଼ାରୁ ନୂଆପଡା ଆଦି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଉଣା ଅଧିକେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ସକାଳ ୬ଟା ରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରଦର୍ଶନ କରୁଛନ୍ତି କର୍ମୀ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜରୁରୀକାଳୀଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ସେପଟେ କୋଶଳ ଓ କୋଶଳୀକରଣ ଦ୍ବାରା ସମ୍ବଲପୁରୀ ଭାଷା ସଂସ୍କୃତିର ବିଲୋପ ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରି ସମ୍ବଲପୁରରେ ବନ୍ଦକୁ ବିରୋଧ କରାଯାଇଛି। ହୀରାଖଣ୍ଡ ସାମ୍ମୁଖ୍ୟର ନେତୃତ୍ବରେ ବହୁ ସଂଗଠନର କର୍ମକର୍ତ୍ତା ସବୁ ଖୋଲା ରଖିବାକୁ ସହର ସାରା ବୁଲି ଆହ୍ବାନ ଦେଉଛନ୍ତି। ପରିସ୍ଥିତିକୁ ଦେଖି ପୁଲିସ କିଛି କୋଶଳବାଦୀ ନେତାଙ୍କୁ ଆଗୁଆ ଅଟକ ରଖିଛି ।

Exit mobile version