Site icon ଆଜିକାଲି

ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଛି ।

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କରାଯାଇଛି ଦାବି । ତେବେ କେନ୍ଦ୍ର ସରକାର ସୁନ୍ଦରଗଡ଼ରେ ଏମ୍ସର ପ୍ରସ୍ତାବ ନାହିଁ ବୋଲି କହିବା ପରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଏଥିପାଇଁ ତିନିଦିନ ଧରି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଆମରଣ ଅନଶନ ପରେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହିକ୍ରମରେ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସଚେତନ ନାଗରିକ, ସମାଜସେବୀ, ସଂଗଠନ ସମୂହଙ୍କ ସହମତିରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ଶୁକ୍ରବାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଥିଲା।

Exit mobile version