Site icon ଆଜିକାଲି

ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୁଳ : ତାଳଚେର ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ହୋଇଛି । ଫଳରେ ତାଳଚେରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଏମସିଏଲରୁ ରେଳ ଯୋଗେ କୋଇଲା ପରିବହନ ଏବଂ ଉତ୍ପାଦନ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ବସଷ୍ଟାଣ୍ଡ ନିକଟରେ ନାରାବାଜି କରିବା ସହ ସରକାର ଜାଣିଶୁଣି ଚଳାଇବାରେ ବିଳମ୍ବ କରୁଛନ୍ତି ବୋଲି କହିଛନ୍ତି ।

ସୂଚନା ଯେ, ଏହି ମେଡ଼ିକାଲ କଲେଜର ବିଲ୍ଡିଂ ଗତ ୨୦୧୮ ମସିହାରୁ ସମ୍ପୁର୍ଣ୍ଣ ହୋଇଥିବା ବେଳେ ଅଦ୍ୟାବଧି ସରକାର ଚଳାଉ ନ ଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଆନ୍ଦୋଳନ କାରି ।

Exit mobile version