Site icon ଆଜିକାଲି

ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୋଳ : ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ତାଳଚେରକୁ ଜିଲା ଘୋଷଣା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି ।

ସୂଚନା ଯେ, ଏହି ବନ୍ଦର ମୁଖ୍ୟ ଉଦ୍ଦେଶ୍ୟ ରହିଛି ତାଳଚେରକୁ ଜିଲ୍ଲା ଘୋଷଣା କରିବା। ଆଜି ସକାଳୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ବିଭନ୍ନ ଜାଗାରେ ପିକେଟିଂ କରି ବନ୍ଦ କରୁଛନ୍ତି। ମାଲବାହୀ ଟ୍ରେନକୁ ବନ୍ଦ କରିବା ସହ, କୋଇଲାଖଣି ଏବଂ ଦୋକାନ ବଜାର ବନ୍ଦ କରୁଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

FacebookTwitterLinkedinWhatsapp
Exit mobile version