Site icon ଆଜିକାଲି

ଆଜିଠାରୁ ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ

ସମ୍ୱଲପୁର : ଆଜିଠାରୁ ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଏହି କୋହଳ ଜାରି ରହିବ । ସେହିପରି ସମ୍ବଲପୁର ସହରରେ ଦିନ ୧୦ଟାରୁ ଲିଜ ଲାଇନ ଓ ବ୍ରଡ୍ ବ୍ୟାଣ୍ଡ ସେବା ଚାଲୁ ରହିଛି, ଫଳରେ ଲୋକେ ଅଫିସ କାର୍ଯ୍ୟ କରିପାରୁଛନ୍ତି । ତେବେ ମୋବାଇଲ ନେଟ୍ ସେବାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ସମ୍ବଲପୁରରେ ଶାନ୍ତି ଫେରାଇ ଆଣି ଲାଗି ପ୍ରଶାସନ ଉଦ୍ୟମ ଜାରି ରଖିଛି । ଗତକାଲି ଦିନ ତମାମ ବିବିନ୍ନ ଶାନ୍ତି କମିଟି ସହ ପର୍ଯ୍ୟାୟ କ୍ରମେ ଜିଲା ପ୍ରଶାସନ ଆଲୋଚନା କରିଛି । ସମ୍ବଲପୁର ସହରରେ ଆଂଶିକ ଭାବେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି, ତେବେ ଏହାର ଅପବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି l ସାମ୍ପ୍ରତିକ ପରିସ୍ଥିତିରେ ସମ୍ବଲପୁରରେ ଇଦଗାରେ ସାମୂହିକ ନମାଜ ପାଠ ଉପରେ ରୋକ ଲଗାଇଛି ପ୍ରଶାସନ ।

Exit mobile version