Site icon ଆଜିକାଲି

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା, ସକାଳ ୬ରୁ ସଂଧ୍ୟା ୬ ଯାଏଁ ଅଖ-ଚକ ସବୁ ଠପ୍‌

ସୁନ୍ଦରଗଡ଼ : ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡ଼ାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯାହାଫଳରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ସହକାରୀ ଜିଲ୍ଲାପାଳ ରଶ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶା ଲୁଗୁନ୍‌ଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଶିକ୍ଷା ଅନୁଷ୍ଠାନ ଓ ଗାଡି ମୋଟର ବନ୍ଦ ରହିବ।

Exit mobile version