Site icon ଆଜିକାଲି

୧୨୧୩ଟି ମାଟି ଚା ଗ୍ଲାସରେ ବାଲୁକାକଳା କରି ମୋଦିଙ୍କୁ ନିଆରା ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ । ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷ କରି ଏହି ବାଲୁକା ଚିତ୍ରକଳା ରେ ୧୨୧୩ଟି ମାଟି ଚା କପ୍ ବ୍ୟବହାର ଯୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନେ ଚା ବିକ୍ରି କରି ପରିବାର ଚଳାଉ ଥିବା ବେଳେ ନିଜର କଠିନ ପରିଶ୍ରମ, ପ୍ରତିବଧତା, ସମାଜସେବା ମାଧ୍ୟମରେ ଆଜି ସେ ଦେଶର ପ୍ରଧାନ ସେବକ ହୋଇ ପାରିଛନ୍ତି । ଯାହା ଏହି ବାଲୁକା କଳାରେ ପ୍ରଦର୍ଶିତ କରାଯାଇଛି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରାୟ ୫ ଫୁଟ ଉଚ୍ଚତାର ଏହି ବାଲୁକାକଳାରେ ସେ ୧୨୧୩ଟି ମାଟି ଚା’ ଗ୍ଲାସ ଓ ୫ ଟନ୍‌ ଓଜନର ବାଲି ବ୍ୟବହାର କରିଛନ୍ତି। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନିଆରା ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇ ଆସୁଛନ୍ତି। ଚଳିତବର୍ଷ ବାଲୁକାକଳାରେ ନରେନ୍ଦ୍ର ମୋଦୀ ଜଣେ ଚା’ ବିକାଳିରୁ କିଭଳି ଦେଶର ପ୍ରଧାନସେବକ ହୋଇପାରିଛନ୍ତି, ତାହା ଦର୍ଶାଇବାକୁ ସେ ଚେଷ୍ଟା କରିଥିବା ‌କହିଛନ୍ତି।

Exit mobile version