Site icon ଆଜିକାଲି

କ୍ରୀଡା ବିଭାଗ ପାଇଁ ୧ ହଜାର ୨୧୭ କୋଟି ବଜେଟ, ପୂର୍ବାପେକ୍ଷା ୮ ଗୁଣ ଅଧିକ

ଭୁବନେଶ୍ୱର : ରାଜ୍ୟ ବଜେଟରେ ଏଥର କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ୮ ଗୁଣ ଅଧିକ ବ୍ୟୟ ବରାଦ କରାଯାଇଛି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, କ୍ରୀଡା ଗତ କିଛି ବର୍ଷ ମଧ୍ୟରେ ଓଡିଶା ପାଇଁ ସ୍ୱତନ୍ତ୍ର ନୂଆ ପରିଚୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଜି ଯୁବଗୋଷ୍ଠୀଙ୍କୁ କ୍ରୀଡାରେ ଭବିଷ୍ୟତ ପାଇଁ ଆଉ ଗୋଟିଏ ପାଦ ଆଗକୁ ନେଇ ପାରୁଛି । ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ ରାଜ୍ୟର କ୍ରୀଡା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହୋଇଛି । ମାତ୍ର ୧୫ ମାସରେ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ ହୋଇପାରିଲା । ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Exit mobile version