Site icon ଆଜିକାଲି

ବାଲେଶ୍ୱର : ୧୩୮୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ । ୧ କିଲୋ ୩୮୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି ଏସଟିଏଫ ଓ ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ । ଅରଡ଼ ବଜାର ନିକଟ ମସଜିଦଗଳିରେ ଚଢ଼ାଉ କରି ନିଶା ମାଫିଆ ଶେଖ ରଫିକକୁ ଗିରଫ କରାଯାଇଛି । ନିଶା ମାଫିଆର ଘର ପଶ୍ଚିମବଙ୍ଗ ପଞ୍ଚକୁଲା ବୋଲି ସୂଚନା ମିଳିଛି। ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ପୂର୍ବରୁ ସେକ୍ ରଫିକ ନାଆଁରେ ବାଲେଶ୍ୱରରେ ୩ଟି ନିଶାଦ୍ରବ୍ୟ ସମ୍ପର୍କିତ ଅପରାଧିକ ମାମଲା ରହିଛି।

ସୂଚନା ଯେ, ଏସଟିଏଫ ପକ୍ଷରୁ ଗତ ୨୦୨୦ରୁ ଏଯାବତ୍ ଏସଟିଏଫ୍ ୫୭ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି। ଏଭଳି ମାମଲାରେ ୧୫୮ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

Exit mobile version