Site icon ଆଜିକାଲି

୧୩ରୁ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର : ଯୁକ୍ତ୩ରେ ଖାଲି ଥିବା ସିଟ୍‌ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଯୁକ୍ତ୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ମିଳିଛି । ବିଭିନ୍ନ କାରଣରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିଲେ ସେମାନେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିପାରିବେ । ଏନେଇ ସମୟସୀମା ସହିତ ମାର୍ଗଦର୍ଶିକା ଜାରି କଲା ଉଚ୍ଚଶିକ୍ଷା ବିଭାଗ।

ଆସନ୍ତା ୧୩ରୁ ଯୁକ୍ତ୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ହେବାକୁ ଥିବାବେଳେ ୧୯ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୨୭ ତାରିଖ ଅପରାହ୍ନ ସମୟରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।ଆସନ୍ତା ୨୮, ୨୯ ଓ ୩୧ ତାରିଖରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ । ସେହିଭଳି ନଭେମ୍ବର ୭ ତାରିଖ ଅପରାହ୍ନ ସମୟରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶ ପାଇବ । ୯ରୁ ୧୧ ତାରିଖରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ ।

Exit mobile version