Site icon ଆଜିକାଲି

୧୪ କୋଟି ଟଙ୍କାର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ନୋଏଡାରୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର : କ୍ୟୁଆର କୋଡ଼ରେ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକେଇ ମାମଲା । ଜଣେ ସାଇବର ଠକକୁ ଗିରଫ କଲା ଇଓଡବ୍ଲୁ । ଅଭିଯୁକ୍ତ କରଣ କୁମାର ସିଂକୁ ୟୁପି ନୋଏଡାରୁ ଗିରଫ କଲା ଇଓଡବ୍ଲୁ । ଅଭିଯୁକ୍ତକୁ ଟ୍ରାଂଜିଟ ରିମାଣ୍ଡ ରେ ଭୁବନେଶ୍ୱର ଅଣା ଯାଇଛି।

ସୂଚନା କେ, ସର୍ଭ ୟୁ ଟେକନାଲୋଜି କମ୍ପାନୀର ଚିପ ଟେକନୋଲୋଜି ଅଫିସର ସଞ୍ଜୀବ କୁମାର ପରିଡାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା । ପେ ୱାନ ଡିଜିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ସହ ଡିଜିଟାଲ ସର୍ଭିସ ଦେବା ପାଇଁ ଚୁକ୍ତି ହୋଇଥିଲା । ତେବେ ଏହି ଚୁକ୍ତି ଅନୁଯାୟୀ ସର୍ଭ ୟୁ କମ୍ପାନୀ ୟୁପିଆଇ କୋଡ଼କୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରିଥିଲା । ପେ ୱାନର ନିର୍ଦ୍ଦେଶକ କରନ ସିଂ ଓ଼ ଲାଲୁ ସିଂ ୧୪ କୋଟି ୩୩ ଲକ୍ଷ ହେରଫେର କରିଥିବା ଜଣାପଡିଥିଲା । ଏହି ଟଙ୍କାକୁ ୧୨୫ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଡାଇଭର୍ଟ କରିଛନ୍ତି ।

Exit mobile version