Site icon ଆଜିକାଲି

କାର୍‌ରୁ ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ : କାର୍‌ରୁ ମିଳିଲା ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ମାଫିଆ ଫେରାର ହୋଇଯାଇଛି । ପାଡୁଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପାଡୁଆ ପୋଲିସ l

ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଂଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ l ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ଗେମେଲପୁଟ ନିକଟରେ ନାକାବନ୍ଦୀ କରିଥିଲେ l ଦ୍ରୁତ ଗତିରେ ଆସୁଥିବା କାର୍‌କୁ ଅଟକାଇବାରୁ ବ୍ୟାରିକେଟ୍ ଭାଙ୍ଗି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ I ପୋଲିସ ପିଛା କରି ଗାଡିକୁ କାବୁ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମାଫିଆ ଗାଡି ଛାଡି ଚମ୍ପଟ ମାରିଥିଲେ I କାର୍କୁ ଯାଞ୍ଚ କରିବାରୁ କାର୍ ଭିତରେ ୫ଟି ବସ୍ତାରେ ପାଖାପାଖି ଦେଢ଼ କ୍ବିଣ୍ଟାଲ ୩୫ କେଜି ଗଞ୍ଜେଇ ବାହାରିଥିଲା । ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି l ଗାଡି ନମ୍ବରକୁ ଯାଞ୍ଚ କରି ମାଲିକ ନାମରେ ଏନଡିପିଏସ ମାମଲା ରୁଜୁ କରିଛି l ମାଲିକକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି l

Exit mobile version