Site icon ଆଜିକାଲି

ରାଜ୍ୟରେ ୧୪୬ ନୂଆ କୋରୋନା ପଜିଟିଭ ଚିହ୍ନଟ


ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୪୬ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୮୬ ଓ ସ୍ଥାନୀୟ ଅଞ୍ଚଳରୁ ୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ୧୮ ବର୍ଷରୁ କମ୍ ବୟସ୍କ।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବରରୁ ୧୪, ବରଗଡ଼ରୁ ୩, ଭଦ୍ରକରୁ ୧, କଟକରୁ ୧୭, ଦେବଗଡ଼ରୁ ୧, ଗଜପତିରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୬, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧାରୁ ୨୪, କୋ‌ରାପୁଟରୁ ୧, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୬, ପୁରୀରୁ ୨୨, ସମ୍ବଲପୁରରୁ ୬, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୬ ମାମଲା ରିପୋର୍ଟ ହୋଇଛି। ରାଜ୍ୟରେ ସକ୍ରିୟ କୋରୋନା ମାମଲାର ସଦ୍ୟତମ ସଂଖ୍ୟା ହେଲା ୧ ହଜାର ୩୪୩ ।

Exit mobile version