Site icon ଆଜିକାଲି

୧୬୮୦ ବୋତଲ କଫ ସିରପ ଜବତ, ୨ ଗିରଫ

କଟକ : କଟକ ସଦର ଥାନା ପୁଲିସ କଟକରୁ ୧୬୮୦ ବୋତଲ ପ୍ରତିବନ୍ଧିତ କଫ ସିରପ ଜବତ କରିଛି। ଏହି ଘଟଣାରେ କଫ ସିରପ ସହ ଏକ ଟ୍ରକ ମଧ୍ୟ ଜବତ ହୋଇଛି। ସୂଚନା ଅନୁଯାୟୀ, କୋଲକତାରୁ କଫ ସିରଫ ଭୁବନେଶ୍ୱର ଚାଲାଣ ହେଉଥିଲା ବେଳେ ବାମ୍ଫକୁଦ ଠାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗାଡି ଅଟକାଇ ପୁଲିସ ଜିମା ଦେଇଥିଲେ। ପୁଲିସ ଟ୍ରକର ଡ୍ରାଇଭର ଓ ହେଲଫରକୁ ଗିରଫ କରିଥିବା ଜଣାପଡିଛି।

Exit mobile version