Site icon ଆଜିକାଲି

ବାହାନଗା ରେଳ ଦୁର୍ଘଟଣା ଘଟଣାରେ ମିଳିଲା ୧୭୦ ମୃତଦେହଙ୍କ ପରିଚୟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ଘଟଣାରେ ମିଳିଲା ୧୭୦ ମୃତଦେହଙ୍କ ପରିଚୟ । ପରିବାରକୁ ମୃତଦେହ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ମୃତଦେହକୁ ଠିକଣାରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଏଥିଲାଗି ମାଗଣାରେ ସମସ୍ତ ବ୍ୟବସ୍ଥା କରିଛନ୍ତି । ସମସ୍ତ ଚିହ୍ନଟ ମୃତଦେହଙ୍କ ସାର୍ଟିଫିକେଟ୍‌ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏବେ ଯାଏଁ ଦୁର୍ଘଟଣାରେ ମୋଟ୍ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ କରିବ ସିବିଆଇ । ଏନେଇ ରେଳ ବିଭାଗକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁପାରିଶ କରିଛନ୍ତି ।

Exit mobile version