Site icon ଆଜିକାଲି

ଅବକାରୀ ବିଭାଗର ଚଢ଼ାଉ, ୧୮୦ କ୍ୱିଣ୍ଟାଲ ମହୁଲ ଫୁଲ ଜବତ

ବରଗଡ଼: ଅନ୍ୟ ଜିଲାକୁ ବିପୁଳ ପରିମାଣର ମହୁଲ ଫୁଲ ଚୋରା ଚାଲାଣ କରୁଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡ଼ିଦର୍ହା ଛକ ଓ ସଟିଭଟା ଛକ ଠାରେ ଦୁଇଟି ଟ୍ରକକୁ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଜବତ କରିଛି । ଯାହାର ଓଜନ ୧୮୦ କ୍ୱିଣ୍ଟାଲ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ପ୍ରାୟ ୧୬ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଉଛି ।

ସୂଚନା ଯେ, ଜିଲା ମୋବାଇଲ ଟିମ୍ ଓ ପଦ୍ମପୁର ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅତର୍କିତ ଭାବରେ ଚଢ଼ାଉ କରି ଏହି ଦୁଇଟି ଯାକ ଟ୍ରକକୁ କାବୁ କରିଥିଲେ ।ପାଇକମାଲ ବ୍ଲକ ଲଉଡ଼ିଦର୍ହା ଛକ ବରଗଡ ଜିଲ୍ଲା ମୋବାଇଲ ଟିମ ଛକି ବସିଥିଲା ଓ ଗୋଟିଏ ଟ୍ରକ ମହୁଲ ଗାଡ଼ି ଧରିଥିଲା ଅନ୍ୟପଟେ ପଦ୍ମପୁର ଅବକାରୀ ବିଭାଗ ସଟିଭଟା ଛକରେ ଗୋଟିଏ ଗାଡ଼ି ଧରିଥିଲେ । ତେବେ ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ କହିଛି ।

Exit mobile version