Site icon ଆଜିକାଲି

ପୋଖରୀରେ ବୁଡି ୨ ଶିଶୁ ମୃତ

ଲମତାପୁଟ : କୁମାରପାଲିବା ଗାଁ ନିକଟରେ ଏକ ଅଭାବନୀୟ ଘଟଣା l ପୋଖରି ବୁଡି ଦୁଇ ଶିଶୁ ମୃତ l ମୃତ ୪ ବର୍ଷର ଶିଶୁ କନ୍ୟା ହେଲା ମେଘ କୁମ୍ଭାର ଏବଂ ୪ ବର୍ଷର ଶିଶୁ ପୁତ୍ର ଶୁଭମ କୁମ୍ଭାର ।

କୁମାରପାଲିବା ଗାଁର ମେଘ କୁମ୍ଭାର ଏବଂ ଶୁଭମ କୁମ୍ଭାର ଦୁହେଁ ଖେଳୁଥିଲେ। ଖେଳୁ ଖେଳୁ ଗ୍ରାମ ନିକଟରେ ଥିବା ପୋଖରୀକୁ ଚାଲି ଯାଇଥିଲେ l ‌ପରିବାର ଲୋକ ଦୁଇଜଣଙ୍କୁ ଘର ନିକଟରେ ନ ପାଇ ଖୋଜା ଖୋଜି କରିଥିଲେ l ଗ୍ରାମର କିଛି ଲୋକ ଦୁଇଜଣ ଶିଶୁ ପୋଖରୀ ନିକଟରେ ଖେଳୁ ଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ l ସନ୍ଦେହରେ ଅଗ୍ନିଶ କୁ ଖବର ଦେଇ ପୋଖରୀରେ ଖୋଜା ଖୋଜି କରାଯାଇଥିଲା। ଦୁଇ ଶିଶୁଙ୍କୁ ଅଗ୍ନିଶମ ବାହିନୀ ପୋଖରୀରୁ ଉଦ୍ଧାର କରିଥିଲେ l ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ଦୁଇ ଶିଶୁଙ୍କୁ ପରିବାର ବର୍ଗ ନେଇ ଯାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Exit mobile version