Site icon ଆଜିକାଲି

କାରଖାନାରେ ଅଘଟଣ : ପାଲେଟ ପ୍ଲାଣ୍ଟର ଲୁହା ଷ୍ଟ୍ରକଚର ପଡି ୨ ମୃତ, ୬ ଆହତ

Breaking News Template intro for TV broadcast news show program with 3D breaking news text and badge, against global spinning earth cyber and futuristic style

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବୁଢ଼ୀପଦରଠାରେ ଥିବା ଏକ କାରଖାନାରେ ମଙ୍ଗଳବାର ଅଘଟଣ ଘଟିଛି । ପାଲେଟ ପ୍ଲାଣ୍ଟର ଲୁହା ଷ୍ଟ୍ରକଚର ପଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକଙ୍କ ମଧ୍ୟରୁ ଜଣେ ଝାରସୁଗୁଡା ବିଟିଏମ ଅଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ହୋଇଥିବା ବେଳେ ଅନ୍ୟ ଜଣେ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି।

ମଙ୍ଗଳବାର କାରଖାନାରେ ଶ୍ରମିକମାନେ କାମ କରୁଥିଲେ । ହଠାତ ଏକ ଲୁହା ଷ୍ଟ୍ରକଚର ଶ୍ରମିକଙ୍କ ଉପରେ ପଡିଯାଇଥିଲା। ଏଥିରେ ୨ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ଆହତ ଶ୍ରମିକଙ୍କୁ ତୁରନ୍ତ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ଏହି ଘଟଣା ପରେ କ୍ଷତିପୁରଣ ଦାବିରେ ଶ୍ରମିକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Exit mobile version