Site icon ଆଜିକାଲି

ଟ୍ରକ ପଛରେ ପିଟିହେଲା ସ୍କୁଟି, ୨ ମୃତ ଓ ଜଣେ ଆହତ

ଯାଜପୁର : ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ଫୁଲଝରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତ ସୋମବାର ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ସ୍କୁଟି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଉକ୍ତ ସ୍କୁଟିରେ ତିନି ଜଣ ଯାଉଥିଲେ । ଫୁଲଝରି ଛକ ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱର ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଲା । ଯାହାଫଳରେ ସ୍କୁଟିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତ ୨ ଯୁବକ କିଆଝର ଅଞ୍ଚଳର ମହେନ୍ଦ୍ର ଟୁଡୁ ଓ ମନ ମୁର୍ମୁ ବୋଲି ଜଣାପଡିଛି । ଗୁରୁତର ଆହତ ଜଣକ କେନ୍ଦୁଝର ଜିଲା ହରିଚନ୍ଦନ ପୁର ଅଞ୍ଚଳର କେଶବ ମାରାଣ୍ଡି । ତାଙ୍କୁ ଦାନଗଦି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଓ ଆହତ ସ୍କୁଟିରେ ବସିଥିଲେ ।

Exit mobile version