Site icon ଆଜିକାଲି

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ, ଦୁଇ ମୃତ

ଆନନ୍ଦପୁର : ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ। ଘଟଣା ସ୍ଥଳରେ ଦୁଇ ମୃତ। ଘସିପୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ ର କୋଳିମାଟି ଛକ ନିକଟରେ ବାଇକ ଆରୋହୀ ଙ୍କ ଉପରେ ଲୁହାପଥର ଟ୍ରକ ଚଢି ଯିବାରୁ ବାଇକରେ ଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି।

ବାଇକ ଆରୋହୀ ଆନନ୍ଦପୁର ପଟୁ କେନ୍ଦୁଝର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ତାଙ୍କୁ ଧକ୍କା ଦେଇଥିଲା। ଏଯାବତ ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବା ସହିତ ଉତ୍ୟକ୍ତ ଲୋକେ କିଛି ସମୟ ରାସ୍ତା ଅବରୋଧ କରିଥିଲେ।

ଘସିପୁରା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବାରୁ ଉଭୟ ମୃତଦେହର ବ୍ୟବଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଶୈଲଙ୍ଗ ନିକଟରୁ ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ।

Exit mobile version