Site icon ଆଜିକାଲି

ଧାନ ଖାଇବାକୁ ଆସି ପରିତ୍ୟକ୍ତ ଗଡ଼ିଆରେ ପଡିଲେ ୨ ହାତୀ

ବାରିପଦା : ମୟୁରଭଞ୍ଜ ଜିଲା କୁଳିଅଣା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅଦାପାଳ ନିକଟରେ ଏକ ପରିତ୍ୟକ୍ତ ଗଡ଼ିଆରେ ପଡିଲେ ଦୁଇ ହାତୀ । ପାଚିଲା ଧାନ ଖାଇବା ଲାଗି କିଛିଦିନ ଧରି ଶିମିଳିପାଳର ଏକ ହାତୀପଲ ଉକ୍ତ ଅଞ୍ଚଳରେ ରହି ଆସୁଥିଲେ । ଗତ ବୁଧବାର ର‍ାତିରେ ଧାନ ଖାଇବାକୁ ଆସି ଏହି ପରିତ୍ୟକ୍ତ ଗଡିଆରେ ୬ଟି ହାତି ପଡି ଯାଇଥିଲେ । ହେଲେ ୪ଟି ବୟସ୍କ ହାତୀ ନିଜେ ସେଠାରୁ ବାହାରି ଯାଇଥିବା ବେଳେ ୨ଟି ଅଳ୍ପ ବୟସ୍କ ହାତୀ ଉଠିପାରି ନାହାନ୍ତି । ଖବରପାଇ ଘଟଣାସ୍ଥଳରେ ବନବିଭାଗ ପହଂଚି ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗଡିଆର ଗଭୀରତା କମ ରହିଥିବାରୁ ଅଳ୍ପସମୟ ମଧ୍ୟରେ ହାତୀ ଦୁଇଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି

Exit mobile version