Site icon ଆଜିକାଲି

ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଭୁଜାଲି ମାଡ, ୨ ଆହତ

ବାରିପଦା : ଶୂନ ଗଡ଼ିଆ ରାଜା ଆଇସକ୍ରିମ ନିକଟରେ ଅଘଟଣ । ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଭୁଜାଲି ମାଡ । ଏଥିରେ ୨ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଅଜୁ ମୁଖୀ ଓ ଚୈତନ୍ୟ ମୁଖୀ ।

ଶୂନଗଡ଼ିଆ ରାଜା ଆଇସକ୍ରିମ ନିକଟରେ ବିଶ୍ବ କର୍ମାଙ୍କ ମୂର୍ତ୍ତି ଭସାଣୀ ଶୋଭାଯାତ୍ରା ଯାଉଥିଲା। ଏହି ସମୟରେ କୌଣସି କଥାକୁ ନେଇ ଅଜୁ ମୁଖୀ ଓ ଚୈତନ୍ୟ ମୁଖୀଙ୍କ ଉପରେ ଭୁଜାଲି ମାଡ ହୋଇଛି l ଉଭୟ ପି ଆର୍ ଏମ୍ ମେଡ଼ିକାଲ କଲେଜ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି l ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ବି ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଏହି ଦୁଇ ଜଣଙ୍କୁ ଭୁଜାଲି ମାଡ କରିଥିବା ନେଇ ସୂଚନା ମିଳିଛି l ଉଭୟ ଆହତଙ୍କୁ ପିଆର୍ ଏମ୍ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି l ସେପଟେ ଟାଉନ୍ ଥାନା ପୁଲିସ ଏହି ଘଟଣାରେ ତଦନ୍ତ ଚଳାଇଛି l

Exit mobile version