Site icon ଆଜିକାଲି

ରାଜ୍ୟ ବଜେଟରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପିତ କରିଛନ୍ତି।ବଜେଟ୍‌ରରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି।

ବଜେଟରେ ମିଶନ ଶକ୍ତି ପାଇଁ ୨ ହଜାର ୫୪୯ କୋଟି ବ୍ୟୟବରାଦ କରାଯାଇଛି । ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଓ ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬୭୦ କୋଟି ଓ ଉଚ୍ଚଶିକ୍ଷା ପାଇଁ ୩ ହଜାର ୧୭୨ କୋଟି ଟଙ୍କା ରଖାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ଓ ପ୍ରଶମନ ପାଇଁ ୩ ହଜାର ୭୬୪ କୋଟି, ଏମଏସଏମଇ ପାଇଁ ୬ ଶହ ୪୭ କୋଟି ଓ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ବାତ୍ୟା ପ୍ରତିରୋଧୀ ଲୁଣି ପ୍ରକଳ୍ପ ଯୋଜନାରେ ୪ଟି ଜିଲ୍ଲାରେ ୨ ଶହ କିମି ଲୁଣି ବନ୍ଧକୁ ସୁଦୃଢ କରାଯିବ । ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ବଜେଟରେ ୯ଶହ ୬୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Exit mobile version