Site icon ଆଜିକାଲି

ଅନୁଗୁଳରେ ଥମୁନି ହାତୀ ଉପଦ୍ରବ, ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୋଳ : ଅନୁଗୋଳ ଜିଲା ପାତେଳି ଗାଁରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ହେଲେ ଶଙ୍କର ବିଶ୍ୱାଳ ଏବଂ ଝିଲି ମାଝୀ ବୋଲି ଜଣାପଡିଛି । ଏହାସହିତ ଜଣେ ଆହତ ଥିବା ଜଣାପଡିଛି ।

ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର। ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ଜଣେ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶଙ୍କର ଓ ଝିଲି ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ହାତୀ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

Exit mobile version