Site icon ଆଜିକାଲି

ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଜଣ ନାବାଳକ

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଅଘଟଣ । ସ୍ଥାନୀୟ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାବାଳକ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି । ପାଣିରେ ବୁଡି ନିଖୋଜ ୨ ଜଣ ପିଲାଙ୍କ ମଧ୍ୟରୁ ଜଣେ ୧୦ ବର୍ଷର କାହ୍ନୁ ମହାନ୍ତି ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ପିଲାର ପରିଚୟ ମିଳିପାରିନାହିଁ ।

ସୂଚନା ଯେ, ମଙ୍ଗଳବାର ସକାଳେ ଉକ୍ତ ୨ ନାବାଳକ ଋଷିକୁଲ୍ୟା ନଦୀରେ ଗାଧୋଇବାକୁ ଆସିଥିଲେ । ତେବେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିବା ପରେ ଗ୍ରାମବାସୀ ଅଗ୍ନିଶମ ଟିମ୍‌କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଉଦ୍ଧାର କାରୀ ଟିମ୍ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିବା ଜଣାପଡିଛି।

Exit mobile version