Site icon ଆଜିକାଲି

ମହାନଦୀରେ ବୁଡ଼ିଗଲେ ୨ ଛାତ୍ର : ଜଣଙ୍କ ମୃତଦେହ ଉଦ୍ଧାର, ତଲାସୀ ଅଭିଯାନ ଜାରି

କଟକ : କଟକ ମହାନଦୀରେ ବୁଡି ଯାଇ ଶୁକ୍ରବାର ୨ ଜଣ ନିଖୋଜ ହେବା ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି। ଜଗତପୁର ବାଲିସାହି ନିକଟରେ ଆଜି ମହାନଦୀରେ ଗାଧୋଇବା ବେଳେ ଦୁଇ ଜଣ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ବୁଡି ଯାଇଥିଲେ। ଉଭୟ ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆର୍ଯ୍ୟନ ନାୟକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମନୋରଂଜନ ନାୟକ ଏବେ ବି ନିଖୋଜ ଥିବା କୁହାଯାଇଛି।

ଆଜି ସ୍କୁଲରେ ସାହିତ୍ୟ ବିଷୟ ପରୀକ୍ଷା ଶେଷ ହେବା ପରେ ୧୧ ଜଣ ଛାତ୍ର ଘରକୁ ନ ଯାଇ ନଦୀ କୂଳକୁ ଆସିଥିଲେ। ଦୁଇ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫର ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ଧରି ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

Exit mobile version