Site icon ଆଜିକାଲି

ପଥର ବ୍ଲାଷ୍ଟିଂ ବେଳେ ଅଘଟଣ : ଚାପି ହୋଇ ମାମୁଁ- ଭଣଜା ମୃତ

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଥିବା କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକ ମୃତ। ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ, ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ।

ସୂଚନା ଅନୁସାରେ କ୍ରସର ନିକଟରେ ଥିବା ପାହାଡ଼ରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁହେଁ ସମ୍ପର୍କରେ ମାମୁଁ ଏବଂ ଭଣଜା ହେବେ ବୋଲି ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ଚେଷ୍ଟା ଜାରି ରଖିଛନ୍ତି।

Exit mobile version