ସୁନ୍ଦରଗଡ : ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ କେସ୍ । ସବୁଠୁ ବେଶି ପ୍ରଭାବିତ ହୋଇଛି ସୁନ୍ଦରଗଡ ଜିଲ୍ଲା । ଜିଲ୍ଲାରେ ୨୪ ଘଣ୍ଟାରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ପୁଣି ୨୦ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୯୨ରେ ପହଂଚିଛି । ୭୫ଟି ରକ୍ତ ନମୁନା ପରିକ୍ଷା ପରେ ୨୦ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କୁ ଡାକ ବାଜି ଓ ପାଲା ମାଧ୍ୟମରେ ସଚେତନ କରାଯାଉଥିଲେ ମଧ୍ୟ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢାଇଛି । ଏହି ରୋଗପାଇ କେହି ଭୟଭୀତ ହୁଅନ୍ତୁ ନାହିଁ ସଚେତନ ରୁହନ୍ତୁ ବୋଲି ସୁଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ।