Site icon ଆଜିକାଲି

ରାଜ୍ୟରେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ ହେବେ ନିଯୁକ୍ତ, ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ଶ୍ରମିକ ଦିବସରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା । ରାଜ୍ୟରେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ ନିଯୁକ୍ତ ହେବେ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି । ଏହାଦ୍ବାରା ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ କରାଯିବ । ଏହା ହେଲେ ଶ୍ରମିକମାନଙ୍କୁ ଆଉ ଜିଲ୍ଲା ଶ୍ରମ ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ପୂର୍ବରୁ ଜିଲ୍ଲା ମୁଖ୍ୟାଳୟରେ ୩୨ଟି ଶ୍ରମ କାର୍ଯ୍ୟାଳୟ ରହିଛି। ସୁରଟଠାରେ ଶ୍ରମିକମାନଙ୍କ ପାଇଁ ଓଡ଼ିଶା ସାଂସ୍କୃତିକ ଭବନ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସ୍ଥାନ ନିରୁପଣ ପାଇଁ ଗୁଜରାଟ ସରକାରଙ୍କୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ୫-ଟି ଉପକ୍ରମରେ ଶ୍ରମିକମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯାଯାଇଛି। ଉନ୍ମୋଚିତ ହୋଇଛି ଓଡିଶାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲ ।

Exit mobile version