Site icon ଆଜିକାଲି

ଗଞ୍ଜାମରେ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ

ବ୍ରହ୍ମପୁର : ଆଜି ଠାରୁ ଗଞ୍ଜାମ ଜିଲାରେ ଚୈତ୍ର ମାସରେ ହେଉଥିବା ପାରମ୍ପରିକ ଦଣ୍ଡ ଯାତ୍ରା ଆରମ୍ଭ । ଶନିବାର ପ୍ରଥମ କରି ୨୧ ଦିନିଆ ଦଣ୍ଡ ଯାତ୍ରା ବାହାରିଛି।

ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ମା’ ଦଣ୍ଡକାଳୀ ମନ୍ଦିରରେ ଦିନକ ପୂର୍ବରୁ ପ୍ରଭା ପ୍ରସ୍ତୁତି କରାଯାଇ ଥିବା ବେଳେ ଆଜି ସମସ୍ତ ଭକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଥିଲା। ଏହା ପରେ ଦଣ୍ଡୁଆମାନେ ସ୍ନାନ, ଉପବୀତ (ପଇତା) ଧାରଣ, ମହାଦେବ ଓ ମା’ କାଳୀଙ୍କ ପୂଜା କରି ପଟୁଆରରେ ବାହାରିଥିଲେ। ଯାତ୍ରା ସମୟରେ ଭୁକ୍ତାମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ। ଶରୀରକୁ କଷ୍ଟ ଦେଇ ଶକ୍ତିରୂପୀ ମା’ କାଳୀଙ୍କ ଆରାଧନା କରାଯାଏ। ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି କରିଥାନ୍ତି। କାମ ବାସନା, କ୍ରୋଧ, ମୋହ, ପରିବାର ସମ୍ପର୍କ ଆଦି ତ୍ୟାଗ କରି ସନ୍ନ୍ୟାସୀ ତୁଲ୍ୟ କଠୋର ସମୟ‌ ଅତିବାହିତ କରିବାକୁ ପଡ଼େ। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Exit mobile version