Site icon ଆଜିକାଲି

ରାଜ୍ୟରେ ୨୨୧ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ଶହ ତଳେ ହିଁ ରହିଛି । ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ପଜିଟିଭଙ୍କ ମଧ୍ୟରୁ ୩୧ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧ ଥିବାବେଳେ ବାଲେଶ୍ବରରୁ ୩, ବରଗଡ଼ରୁ ୨, ବଲାଙ୍ଗୀରରୁ ୧୪ , ବୌଦ୍ଧରୁ ୨, କଟକରୁ ୧୨ , ଦେବଗଡ଼ରୁ ୨ , ଯାଜପୁରରୁ ୬, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୩ , କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧାରୁ ୫୮, କୋରାପୁଟରୁ ୧,ମୟୂରଭଞ୍ଜରୁ ୫ , ନବରଙ୍ଗପୁରରୁ ୧୩ , ନୟାଗଡ଼ରୁ ୩ , ନୂଆପଡ଼ାରୁ ୯, ପୁରୀରୁ ୧ , ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୫ , ସୋନପୁରରୁ ୪, ସୁନ୍ଦରଗଡ଼ରୁ ୩୮ ଓ ରାଜ୍ୟ ପୁଲରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧ ହଜାର ୯୯୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Exit mobile version