Site icon ଆଜିକାଲି

ବନ୍ୟାଞ୍ଚଳରେ ୨୩ହଜାର ୩୬୭ ଲୋକ ଚିକତ୍ସାଧୀନ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ବନ୍ୟାର ବିଭିଷୀକା ଜାରି ରହିଛି । ଏହାରି ମଧ୍ୟରେ ବନ୍ୟାଞ୍ଚଳରେ ବଢୁଛି ରୋଗ । ବିଶେଷକରି ଜଳବାହିତ ରୋଗ ମାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବଢୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ବନ୍ୟା ପ୍ରପୀଡ଼ିତ ୧୪ ଜିଲାରେ ମୋଟ ୨୩ହଜାର ୩୬୭ ଲୋକ ଚିକତ୍ସା ହେଉଛନ୍ତି । ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଉ ଥିବାବେଳେ ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ନାହିଁ । ବିଶେଷ କରି ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି । ସଫାସୁତୁରା ରହିବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ୫ ଲକ୍ଷ ୩୭ ହଜାର ହାଲୋଜିନ ବଟିକା ଓ ୧ଲକ୍ଷ ୨୨ହଜାର ଓଆରଏସ ବଣ୍ଟା ଯାଇଛି । ମେଡ଼ିକାଲ ରିଲିଫ ସେଣ୍ଟର ୨୧୦ ରହିଥିବା ବେଳେ ୧୨୫ଟି ମୋବାଇଲ ଟିମ କାମ କରୁଛି । ବାଲେଶ୍ୱରରେ ରୋଗୀ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ଯାଇଛନ୍ତି । ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ।

Exit mobile version