Site icon ଆଜିକାଲି

ଆଜି ୨୪ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା : କେନ୍ଦ୍ରପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ ଡାକରା । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନା ଯେ, “କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଏହି ବନ୍ଦ ଡ଼ାକରା ଦେଇଛି। କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଇଚ୍ଛାପୁର ସ୍ଥିତ ଶ୍ୟାମ ଗୁଡ଼ିଆକୁ ସ୍ଥାନାନ୍ତର ପରେ ପୌରାଞ୍ଚଳ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ତେବେ ଆଜିର ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରୁଛନ୍ତି ।

Exit mobile version