Site icon ଆଜିକାଲି

ରାଜ୍ୟରେ ୨୫୨ ନୂଆ କରୋନା ପଜିଟିଭ ଚିହ୍ନଟ


ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଅନୁଗୁଳରୁ ୧, ବାଲେଶ୍ଵରରୁ ୬ ,ବରଗଡରୁ ୪, ଭଦ୍ରକରୁ ୧ , ବଲାଙ୍ଗୀରରୁ ୫ , ବୈ।ଦ୍ଧରୁ ୪, କଟକରୁ ୧୬, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୨ , ଗଞ୍ଜାମରୁ ୬ , ଜଗତସିଂହପୁରରୁ ୧, ଯାଜପୁରରୁ ୫, କଳାହାଣ୍ଡିରୁ ୮, କେନ୍ଦୁଝରରୁ ୧, କେନ୍ଦ୍ରାପଡ଼ାରୁ ୫ , ଖୋର୍ଦ୍ଧାରୁ ୫୫ , କୋରାପୁଟରୁ ୨, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୧ , ନବରଙ୍ଗପୁରରୁ ୮, ନୟାଗଡରୁ ୧୩ , ନୂଆପଡାରୁ ୪ , ପୁରୀରୁ ୧୩ , ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦ , ସୋନପୁରରୁ ୮, ସୁନ୍ଦରଗଡ଼ରୁ ୪୦ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୧୩ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୩୭ ସକ୍ରିୟ ମାମଲା ରହିଛି ।

Exit mobile version