Site icon ଆଜିକାଲି

ରାଜ୍ୟରେ ୨୫୭ ନୂଆ କରୋନା ମାମଲା ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବାଲେଶ୍ବର ଜିଲ୍ଲାରୁ ୫, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୨, କଟକରୁ ୨୨ , ଦେବଗଡ଼ରୁ ୨ , ଗଜପତିରୁ ୩ , ଜଗତସିଂହପୁରରୁ ୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮ , କନ୍ଧମାଳରୁ ୪ , କେନ୍ଦ୍ରାପଡ଼ାରୁ ୨ , କେନ୍ଦୁଝରରୁ ୬, ଖୋର୍ଦ୍ଧା ଜିଲ୍ଲାରୁ ୩୪, ମୟୂରଭଞ୍ଜରୁ ୧୨, ନବରଙ୍ଗପୁରରୁ ୭, ନୟାଗଡ଼ ଜିଲ୍ଲାରୁ ୬ , ନୂଆପଡ଼ାରୁ ୬, ପୁରୀରୁ ୬ , ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୫୬ ଓ ଷ୍ଟେଟପୁଲରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧ହଜାର ୯୮୦ ଜଣ ସକ୍ରିୟ ମାମଲା ରହିଛି।

Exit mobile version