Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ ନୂଆ କରୋନା ପଜିଟିଭ ମାମଲା

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ ଉପରତଳ ଜାରି ରହିଛି । ସେହିପରି ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୯ ନୂଆ କରୋନା ପଜିଟିଭ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୯୯୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ନୂତନ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ବର ଜିଲାରୁ ୩ ଜଣ ଥିବା ବେଳେ ବରଗଡ଼ରୁ ୮ ,ବଲାଙ୍ଗିରରୁ ୭, ଭଦ୍ରକରୁ ୪ , କଟକରୁ ୪୯ , ଦେବଗଡ଼ରୁ ୩ , ଗଞ୍ଜାମରୁ ୩ , ଜଗତସିଂହପୁରରୁ ୫ , ଯାଜପୁରରୁ ୯ , ଝାରସୁଗୁଡ଼ାରୁ ୨ , କଳାହାଣ୍ଡିରୁ ୫ , କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ ୪ , କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୬୬, ମୟୂରଭଞ୍ଜରୁ ୪ , ନବରଙ୍ଗପୁରରୁ ୧୧ , ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୬ ,ରାୟଗଡ଼ାରୁ ୧ , ସମ୍ବଲପୁରରୁ ୯ , ସୋନପୁରରୁ ୪, ସୁନ୍ଦରଗଡ଼ରୁ ୨୯ ଓ ରାଜ୍ୟ ପୁଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୭ ଶହ ୫୮ ରହିଛି।

ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୨୯,୭୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧,୭୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩,୧୮,୭୯୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୩୧୭୦୩୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

Exit mobile version