Site icon ଆଜିକାଲି

ବାଲେଶ୍ଵରରୁ ୨୭ ଗ୍ରାମ ବାଉନସୁଗାର ଜବଦ, ୨ ଗିରଫ

ବାଲେଶ୍ଵର : ବାଲେଶ୍ଵର ଜିଲାରେ ଥମୁନି ବାଉନସୁଗାର କାରବାର । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ଵର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳରୁ ପୋଲିସ ୨ ଯୁବକଙ୍କ ଠାରୁ ୨୭ ଗ୍ରାମ ବାଉନସୁଗାର ସହ ଜଵଦ କରିଛି। ଏନେଇ ସାହାଦେବଖୁଣ୍ଟା ପୋଲିସ ମାମଲା (ନଂ. ୩୬୬/୨୨) ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ଯେ, ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଅରଡ଼ବଜାରର ମସଜିଦ୍ ଗଳିରେ ଚଢାଉ କରିଥିଲା । ଚଢାଉରେ ୨୭ ଗ୍ରାମ ବ୍ରାଉନ ସୁଗାର (ଯାହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ୮୦ ହଜାର ଟଙ୍କା) ଜବତ କରିଥିଲା। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା ପୋଲିସ। ଏଥିସହିତ ଗୋଟିଏ ବୁଲେଟ୍ (ନଂ. ଓଡି୦୧ଏଲ-୫୦୧୧), ଦୁଇଟି ମୋବାଇଲ୍ ଫୋନ୍, ନଗଦ ୨୦ ହଜାର ଟଙ୍କା ଜବତ କରି ଅଧିକ ତଦନ୍ତ ଜାରି ରଖିଥିବାର ଜଣାପଡ଼ିଛି ।

Exit mobile version