Site icon ଆଜିକାଲି

୨୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର : ବାଲେଶ୍ଵର ଜିଲା ଜଳେଶ୍ଵର ଥାନା ଅଧୀନ ପଥରପୁରା ଅଞ୍ଚଳର ମାଲଗୋଦାମ ସାହିରୁ ୨୬୯ଗ୍ରାମ ବ୍ରାଉନ ସୁଗାର ଜବତ। ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ହେବ ବୋଲି ଜଣାପଡିଛି।ଏହି ଘଟଣାରେ ଜଣେ ଗିରଫ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ଵର ଏସପି ସାଗରିକା ନାଥ।

ସୂଚନା ଯେ, ପୋଲିସ ସକାଳ ସମୟରେ ପେଟ୍ରୋଲିଂ କରୁଥିବା ବେଳେ ପଥରପୁରା ଅଞ୍ଚଳ ରେ ବ୍ରାଉନ ସୁଗାର ବେପାର ହେଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୨୬୯ ଗ୍ରାମ ବ୍ରାଉନ ସୁଗାର ସହ, ଗୋଟିଏ ମୋବାଇଲ ଫୋନ, ଏସବିଆଇ ବ୍ୟାଙ୍କର ପାଶବୁକ, ଚେକ ବହି, ୫ଟି ପାନ କାର୍ଡ, ନଗଦ ୨୭୦୦ ଟଙ୍କା ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣେ ବେପାରୀକୁ ଗିରଫ କରାଯାଇଛି। ଏଥିସହିତ ଘଟଣାରେ ଜଡିତ ଅନ୍ୟ ଜଣେ ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବାର ସୂଚନା ଦେଇଛନ୍ତି ଏସପି।

Exit mobile version