Site icon ଆଜିକାଲି

୨୭ ମାର୍ଚ୍ଚ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ଘରୋଇ ଜୀବନ ସୁଖ, ଶାନ୍ତିମୟ ହେବ । କାର‌୍ୟ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ । ରାଜନୈତିକ ଜୀବନରେ ଶତୃ ବୃଦ୍ଧି ଦେଖାଦେବ । ଇଂଜିନିୟରଙ୍କୁ ବଡ କଂପାନୀରେ ଚାକିରିରେ ପ୍ରସ୍ତାବ ମିଳିପାରେ ।

ବୃଷ- ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କର ବିଶ୍ୱାସ ଆସିବ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ସତର୍କରେ ପଦକ୍ଷପ ନ ନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ ।

ମିଥୁନ-ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ କ୍ଷ ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ ।

କର୍କଟ- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । ଚାକିରୀରେ ଯୋଗ୍ୟତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ । ସତକଥା କହିବାକୁ ଯାଇ ଅନ୍ୟ ଆଗରେ ଦୋଷି ହୋଇଯାଆନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

ସିଂହ- ଶାରିରୀକ କ୍ରିଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ଛାତ୍ର ଛାତ୍ରୀ ମାନେ ମୈଳିକ ବୁ୍ଦ୍ଧିର ଉପଯୋଗ କରିବେ । ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ

କନ୍ୟା- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ମାର୍କେଟଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ରାଜନେତାଙ୍କ ସାମାଜିକ ସ୍ତର ବଢିବ । କୋର୍ଟକଚେରୀ ମାମଲାକୁ ନେଇ ଚିନ୍ତାରେ ରହିପାରନ୍ତି ।

ତୁଳା- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ଆପଣଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ । ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ କାନୁନ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।

ବିଛା-ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ । ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ ।

ଧନୁ- ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ ।

ମକର- ପେଟ ବ୍ୟଥାରୁ ମୁକ୍ତି ମିଳିବ । ଯେକୌଣସି କାମ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ । ବ୍ୟବସାୟରେ ପରିଶ୍ରମ ଅନୁଯାୟୀ ଫଳ ପାଇବ । ରାଜନୈତିକ କ୍ଷେତ୍ରରେ ଟିକିଏ ଜଟିଳ ଆଡକୁ ଗତି କରିବ କିନ୍ତୁ ପରିମାଣ ବିଶେଷ କିଛି ଖରାପ ହେବ ନାହିଁ । ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ ।

କୁମ୍ଭ- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈାଭାଗ୍ୟ ପ୍ରଦାନ କରିବ । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ସାମାଜିକ ଓ ପ୍ରଭାବଶାଳୀ କାର‌୍ୟ୍ୟରେ ମନ ବଳାଇବେ । ଛୋଟବଡବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ଗୃହିଣୀ ମାନେ କର୍ତବ୍ୟ ପରାୟଣ ରହିବେ ।

ମୀନ- କର୍ତୁପକ୍ଷ ଆପଣଙ୍କ ଦରମାକୁ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ ପାରନ୍ତି । ବନ୍ଧୁ ମାନଙ୍କ ସହିତ ସମୟ ଅତିବାହିତ କରିବେ । ପାରିବାରିକ ଜୀବନ ସୁଖ ଏବଂ ଶାନ୍ତିରେ କଟିବ । କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହିବେ ।

Exit mobile version