Site icon ଆଜିକାଲି

ଆଜି ନିଯୁକ୍ତି ପାଇବେ ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରୀ କଲେଜରେ ୨୭୪ ଅଧ୍ୟାପକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢିଛି । ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରୀ କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ। ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ନିକଟରେ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ଆଜି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ ।

ରାଜନୀତି ବିଜ୍ଞାନ, ଇଂରାଜୀ ଓ ଗଣିତ ବିଭାଗରେ ୨୭୪ ଅଧ୍ୟାପକ ନିଯୁକ୍ତି ପାଇବେ । ସେମାନଙ୍କ ଦିଗ୍‍ଦର୍ଶନ କାର୍ଯ୍ୟକ୍ରମ ଆଜି ଅପରାହ୍ନ ୫.୩୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ ନବନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେବେ।

Exit mobile version