Site icon ଆଜିକାଲି

ରାଜ୍ୟରେ ୨୮ଟି ମହାବଳ ଓ ୭୬୦ କଲରାପତରିଆ ବାଘ : ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୨୮ଟି ମହାବଳ ଓ ୭୬୦ଟି କଲରା ପତରିଆ ବାଘ ଅଛନ୍ତି । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି, କେତେ ସଂଖ୍ୟକ ବାଘ ଗତ ୧୦ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତୋଟି ବାଘ ଶିକାରୀଙ୍କ ହାତରେ ମରିଛନ୍ତି ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ, ,୨୦୧୮ ତଥ୍ୟ ଅନୁଯାୟୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ୬ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଛି । ସେଥିରୁ ୩ଟି ମହାବଳ ଶିକାରୀ ଦ୍ଵାରା ମରିଛନ୍ତି। ସେହିପରି ଗତ ୧୦ ବର୍ଷରେ ୪୯ ଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି । ୨୬ଟି କଲରାପତରିଆଙ୍କୁ ଶିକାରୀମାନେ ମାରିଛନ୍ତି।

ରାଜ୍ୟ ସରକାର ବାଘଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦେଇଥିଲେ । ରାଜ୍ୟରେ ୨ଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଭଳି ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ମନ୍ତ୍ରୀ ସୂଚନା ଦେଇଥିଲେ ।

Exit mobile version