Site icon ଆଜିକାଲି

ଅଳ୍ପକେ ବର୍ତ୍ତିଲେ ୨୯୩ ଯାତ୍ରୀ ! ଉଡ଼ାଣ ଭରିବା ପୂର୍ବରୁ ଅଟକିଲା ହଂକଂର କ୍ୟାଥ ପାସିଫିକ୍ ବିମାନ

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତିଲେ ୨୯୩ ଯାତ୍ରୀ । ଉଡ଼ାଣ ଭରିବା ପୂର୍ବରୁ ଅଟକିଲା ହଂକଂର କ୍ୟାଥ ପାସିଫିକ୍ ବିମାନ । ଶନିବାର ହଂକଂ ଆନ୍ତର୍ଜାତୀୟ ବିମାନବନ୍ଦରରେ CX880 ଫ୍ଲାଇଟ୍ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହୋଇଥିଲା । ହେଲେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନକୁ ଅଟକାଇ ଦିଆଯାଇଥିଲା । ଫଳରେ ୧୧ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହଂକଂ ନ୍ୟୁଜ୍ ଏଜେନ୍ସି ସୂଚନା ମୁତାବକ, ଶନିବାର କ୍ୟାଥ ପାସିଫିକ୍ ବିମାନ ୨୯୩ ଯାତ୍ରୀଙ୍କୁ ନେଇ ଲସ୍ ଆଞ୍ଜେଲ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା । ଉଡ଼ାଣର କିଛି ସମୟ ପୂର୍ବରୁ ହଂକଂ ଆନ୍ତର୍ଜାତୀୟ ଏୟାରପୋର୍ଟର ରନଓ୍ବେରେ ବିମାନ CX880ର ଟାୟାର ଅତ୍ୟଧିକ ଗରମରୁ ଫାଟିଯାଇଥିଲା । ପାଇଲଟ୍ ଏହି ସମୟରେ ଚତୁରତାର ସହ ବିମାନଙ୍କୁ ଜରୁରୀକାଳୀନ ଭାବେ ଅଟକାଇଥିଲେ । ଏଥିରେ ୧୧ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏମାନଙ୍କୁ ମଧ୍ୟରୁ ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାକୁ ନେଇ କ୍ୟାଥ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ୫ ଡୋର୍ ଏସ୍କେପ ସ୍ଲାଇର୍ଡସ ଦ୍ବାରା ବାହାର କରାଯାଇଥିଲା । ୨ଜଣ ଯାତ୍ରୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ବୋଲି କ୍ୟାଥ କହିଛି ।

Exit mobile version