Site icon ଆଜିକାଲି

ଅମ୍ରିତ ଅପହରଣ ମାମଲାରେ ୩ ଗିରଫ

ନୟାଗଡ଼ : ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କୁ କୁରାଳ ଗାଁରୁ ଓଡ଼ଗାଁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ବଲେରୋ ଗାଡ଼ିର ଲୋନ ସୁଝିବା ପାଇଁ ଅପହରଣ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । ଅମ୍ରିତଙ୍କୁ ଅପହରଣ ପରେ ତାଙ୍କ ବାପାଙ୍କଠୁ ଟଙ୍କା ଦାବି କରିବାର ଯୋଜନା ହୋଇଥିଲା । ଅପହରଣ ଘଟଣାର ପରଦିନ ବ୍ୟାଙ୍କ ଉକ୍ତ ଗାଡ଼ିଟିକୁ ନେଇ ଯାଇଥିଲା । ଅପହରଣ ପରେ ଅଭିଯୁକ୍ତମାନେ ଅମ୍ରିତଙ୍କୁ ଗାଁରେ ଲୁଚାଇ ରଖିଥିଲେ । ଆଜି ସମସ୍ତ ଅଭିଯୁକ୍ତକୁ ନେଇ ପୁଲିସ ସିନ୍ ରିକ୍ରିଏସନ କରିବ ବୋଲି ସୂଚନା ମିଳିଛି ।

Exit mobile version