Site icon ଆଜିକାଲି

ଆଜିଠୁ ୩ ଦିନ ବର୍ଷା, ଭିଜିବ ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର : ବର୍ଷାରେ ଭିଜିବ ରଙ୍ଗର ପର୍ବ ହୋଲି । ଆଜିଠୁ ୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ପୂର୍ବାନୁମାନ । ଦିନର ତାପମାତ୍ରାରେ ହ୍ରାସ ନେଇ ପାଣିପାଗ ବିଭାଗର ଆକଳନ । ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ମଙ୍ଗଳବାର ୭ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ୮ ତାରିଖ ବୁଧବାର ୧୪ଟି ଜିଲା, ୯ ତାରିଖ ଗୁରୁବାର ୭ଟି ଜିଲାରେ କାଳବୈଶାଖି ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାକୁ ଆଲର୍ଟ ଜାରି କରାଯାଇଛି।

ଆଜି ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ହୋଲି ଦିନ ବି ଏହି ସବୁ ଜିଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ। ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ଓ ପରିବେଶ ଥଣ୍ଡା ରହିବ। ହେଲେ ଏଥର ଫିକା ପହିବ ହୋଲି ବୋଲି କୁହାଯାଉଛି।

Exit mobile version