Site icon ଆଜିକାଲି

ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ

ବଲାଙ୍ଗିର : ଶୌଚ ହେବାକୁ ଯାଇଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟା ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା। ଆଉ ଏହି ବଜ୍ରପାତରେ ପୋଖରୀ କୂଳରେ ଟଳି ପଡିଥିଲେ ୩ଜଣ। ଖବର ପାଇ ପରିବାର ଲୋକେ ୩ଜଣଙ୍କୁ ଲୋଇସିଂହା ହସ୍ପିଟାଲ୍‌କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବଲାଙ୍ଗିିର ଜିଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଝା ।

Exit mobile version