Site icon ଆଜିକାଲି

ଦେବୀ ନଦୀରେ ବୁଡିଗଲେ ୩ ସାଙ୍ଗ : ଦୁଇ ଉଦ୍ଧାର, ଜଣେ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲା ନାଉଗାଁ ବ୍ଲକ୍ ବଛାଳ ନିକଟରେ ଦେବୀ ନଦୀରେ ଅଘଟଣ । ନଦୀରେ ଗାଧୋଇବା ବେଳେ ବୁଡି ଗଲେ ତିନି ସାଙ୍ଗ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଯେ, ବଛାଳ ଗାଁର ଶାନ୍ତନୁ ନାୟକ ବିଶ୍ୱଜିତ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ତିନି ଜଣ ଯାକ ଗଭୀର ନଦୀ ଭିତରକୁ ପଶି ଆଉ ବାହାରି ପାରି ନଥିଲେ । ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅଭିଜିତଙ୍କୁ ବିଳମ୍ବରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ଅଭିଜିତ୍‌ଙ୍କୁ ମୃତ ଘୋଷାଣ କରିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Exit mobile version