Site icon ଆଜିକାଲି

ରାଜ୍ୟରେ ଆହୁରି ୩ ଦିନ କୁହୁଡି, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ । ଆଜି ଦକ୍ଷିଣ ଉପକୂଳରେ ମୁଖ୍ୟତଃ ଘନ କୁହୁଡି ଦେଖାଦେଇଛି । ଆସନ୍ତା ୨ ଦିନରେ ରାଜ୍ୟରେ ସ୍ଵାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ଵରରେ ୧୭.୨ ସେଲସିୟସ ଥିଲା । ଅର୍ଥାତ୍ ସ୍ଵାଭାବିକ ଠାରୁ ୩ ଡିଗ୍ରୀ ଅଧିକ ଥିଲା ।

ଶୀତ ଏବେ ବଢ଼ିବନି । ଯେମିତି ସ୍ଥିତି ଅଛି, ପ୍ରାୟତଃ ସେମିତି ରହିବ । ଅନେକ ଜାଗାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ୍‌ ଅଧିକ ରହିପାରେ । ଅନ୍ୟପକ୍ଷରେ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିବ ଆସନ୍ତା୩ ଦିନ ପର୍ଯ୍ୟନ୍ତ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୩୦ ରୁ ପହିଲା ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅଛି । ଅର୍ଥାତ୍‌ ନୂଆବର୍ଷର ସ୍ପର୍ଶରେ ଦୂରେଇ ଯାଇପାରେ କୁହୁଡ଼ି ଚାଦର ।

ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍‌ ଆକଳନ ଅନୁସାରେ ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ଗତି ପଶ୍ଚିମ ଦିଗରେ ରହିପାରେ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିନପାରେ ।

Exit mobile version