Site icon ଆଜିକାଲି

ରାଜ୍ୟରେ ଆଉ ୩ଦିନ ବର୍ଷା, ୨୮ ଯାଏଁ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟରେ ଆହୁରି ତିନି ଦିନ ବର୍ଷା । ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨୮ ତାରିଖ ପର୍ଯ୍ୟନ୍ତ ପାଗ କୋହଲା ରହିବ । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ମଧ୍ୟ କମ୍ ରହିବ ।

ସୂଚନା ଯେ, ଗତ ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ୧୦.୫ମିମି ବର୍ଷା ହୋଇଛି । ଭବାନୀପାଟଣାରେ ୭.୬ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ମିମି ବର୍ଷା ହୋଇଛି । ଗଞ୍ଜାମର ବେଲଗୁଣ୍ଠାରେ ୯୬.୬, ଚିଲିକାରେ ୫୪, ଗଞ୍ଜାମର ବୁଗୁଡ଼ାରେ ୪୮, ଭଞ୍ଜନଗରରେ ୩୮, ଦାରିଙ୍ଗିବାଡ଼ିରେ ୨୦ ଓ ଟିଟିଲାଗଡ଼ରେ ୧୫ମିମି ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା କମିଛି । ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ ରହିଛି । ରାୟଗଡ଼ାରେ ୩୪.୪ ଓ ପାରଳାଖେମୁଣ୍ଡିରେ ୩୪.୨ ରହିଛି।

Exit mobile version